ପ୍ରମୂଖ ଖବର
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ‘ପୁଷ୍ପା-୨’ର ନିର୍ମାତା, ବଦଳିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ ୨୫/୧୦: ଅଲ୍ଲୁ ଅର୍ଜୁନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ପୁଷ୍ପା: ଦ ରୁଲ୍‌’ ଚଳିତ ବର୍ଷର ଅନ୍ୟତମ ସବୁଠୁ ଚର୍ଚ୍ଚିତ ଫିଲ୍ମ । ୨୦୨୨ରେ ମୁକ୍ତିପ୍ରାପ୍ତ ‘ପୁଷ୍ପା: ଦ ରାଇଜ୍‌’ ଜରିଆରେ ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଉପସ୍ଥାପନ କରାଯାଇଥିଲା । ଫିଲ୍ମଟି ମୂଳ ତେଲୁଗୁ ସଂସ୍କରଣ ସହିତ ତାମିଲ, ମାଲାୟାଲମ, କନ୍ନଡ଼ ଓ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଅଲ୍ଲୁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ । କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ‘ପୁଷ୍ପା’ ହିନ୍ଦୀରେ ସୁପର୍‌ହିଟ୍‌ ହେଲା । ଗତ ଦୁଇ ବର୍ଷ ହେଲା ଫ୍ୟାନ୍‌ ‘ପୁଷ୍ପା-୨’କୁ ଚାତକ ପରି ଅପେକ୍ଷା କରିଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ପୁଣି ଥରେ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚିଛି ।

ଏ ଥର କିନ୍ତୁ ଫ୍ୟାନ୍‌ଙ୍କ ପାଇଁ ଚିନ୍ତା ନୁହେଁ, ଖୁସି ଖବର । ‘ପୁଷ୍ପା-୨’ର ନିର୍ମାତା ଓ ବିତରକମାନେ ଗତ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଫିଲ୍ମର ନୂଆ ରିଲିଜ୍‌ ତାରିଖ ଘୋଷଣା କରାଗଲା । ପୂର୍ବରୁ ଆସନ୍ତା ଡିସେମ୍ବର ୬ ତାରିଖରେ ଫିଲ୍ମର ରିଲିଜ୍‌ ତାରିଖ ସ୍ଥିର ହୋଇଥିଲା । କିଛି ଦିନ ତଳେ ଫିଲ୍ମର ଆଉ ଏକ ପୋଷ୍ଟ୍‌ ଆସିଥିଲା, ଯେଉଁଥିରେ ଏହି ରିଲିଜ୍‌ ତାରିଖ ଥିଲା । ଏବେ ନିର୍ମାତା ଅଲ୍ଲୁଙ୍କ ଫ୍ୟାନ୍‌ଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଇଛନ୍ତି । ଦିନକ ପୂର୍ବରୁ ‘ପୁଷ୍ପା-୨’ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛନ୍ତି । ଘୋଷଣାର କିଛି ସମୟ ପରେ ଅଲ୍ଲୁ ନିଜ ଔପଚାରିକ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଫିଲ୍ମର ଏକ ନୂଆ ପୋଷ୍ଟର୍‌ ଶେୟାର କଲେ । ଏଥିରେ ରିଲିଜ୍‌ ତାରିଖ ଡିସେମ୍ବର ୫ ଉଲ୍ଲେଖ ହୋଇଛି । 

ଏହି ଘୋଷଣା ପରେ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିନେତା ଭିକି କୌଶଲଙ୍କ ଐତିହାସିକ ଡ୍ରାମା ଫିଲ୍ମ ‘ଛାବା’ ସହ ‘ପୁଷ୍ପା-୨’ର ଟକ୍କର ହେବ । ‘ଛାବା’ ପାଇଁ ଏହା ଚିନ୍ତାର ବିଷୟ । କାରଣ ‘ଛାବା’ ତୁଳନାରେ ବକ୍ସ ଅଫିସ୍‌ରେ ‘ପୁଷ୍ପା’ର ଅଲଗା କ୍ରେଜ୍‌ ରହିଛି । ଅଲ୍ଲୁ ଓ ଭିକିଙ୍କ ମଧ୍ୟରେ ତୁଳନା ମଧ୍ୟ ଅସମ୍ଭବ । ଏହି ସ୍ଥିତିରେ ‘ଛାବା’ ନିର୍ମାତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଦେଖିବା ବାକି ରହିଲା । ‘ପୁଷ୍ପା-୨’ରେ ଅଲ୍ଲୁଙ୍କ ସହ ରଶ୍ମିକା ମନ୍ଦନା, ଫହାଦ ଫାସିଲ ଏବଂ ଜଗପତି ବାବୁ ଓ ପ୍ରକାଶ ରାଜ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.